ମୁଖ  /  ଆମ ବିଷୟରେ  /  ଗ୍ଲେଜ୍ ବିଷୟରେ

ଗ୍ଲେଜ୍ ବିଷୟରେ :-

shadow

ଗ୍ଲେଜ୍ ଟ୍ରେଡିଙ୍ଗ୍ ୨୦୦୩ ମସିହାରେ ଶ୍ରୀ ସଞ୍ଜୀବ ଛିବର ଏବଂ ଶ୍ରୀ ଚେତନ ହାଣ୍ଡା ନାମକ ଦୁଇ ଉଦ୍ୟୋକ୍ତାଙ୍କ ଦ୍ଵାରା ଏକ ପ୍ରତ୍ୟେକ୍ଷ ବିକ୍ରି କମ୍ପାନୀ ରୂପରେ ସ୍ଥାପିତ କରା ଯାଇଥିଲା। ଉପଭୋକ୍ତାଙ୍କର ସନ୍ତୁଷ୍ଟକୁ ବଢେଇବା ପାଇଁ ବ୍ୟାପାର ସହିତ ସଂଯୁକ୍ତ ଲୋକଙ୍କ ଜୀବନକୁ ସମୃଦ୍ଧ କରିବା ସହ ଏକତ୍ଵ ହୋଇ ମୁକ୍ତ ଉଦ୍ୟୋଗ ଏବଂ ସଫଳତାକୁ ପ୍ରୋତ୍ସାହନ କରିବା ସେମାନଙ୍କର ସାମାନ୍ୟ ଲକ୍ଷ୍ୟ ଥିଲା।

ଗ୍ଲେଜ୍ ନିଗମର ମୂଳ ସିଦ୍ଧାନ୍ତ, ସଂକ୍ଷେପରେ, ଯେତେବେଳେ ଚ୍ୟାନେଲ୍ ଭାଗୀଦାରୀଙ୍କ ସହିତ ବ୍ୟାପାରର ପ୍ରତିଫଳ ଭାଗ କଲାବେଳେ ବ୍ୟାପାର ଏବଂ ବିତରଣ କାର୍ଯ୍ୟରେ ସଂଯୁକ୍ତ ରହିବା ବେଳେ ଉଚ୍ଚ ଗୁଣବତ୍ତା ସହ ବିଶେଷ ରୂପରେ ପ୍ରସ୍ତୁତ ହୋଇଥିବା ଏଫ୍ଏମସିଜି ଉତ୍ପାଦ ଗୁଡ଼ିକର ସ୍ରୋତ ଚାରି ଆଡ଼େ ବିକାଶ କରିବା ଏବଂ ଉପଭୋକ୍ତାଙ୍କୁ ଶସ୍ତା/ଚାହିଦା ମୁତାବକ ନିୟନ୍ତ୍ରିତ ମୂଲ୍ୟରେ ପ୍ରଦାନ କରିବା କାର୍ଯ୍ୟ ହୋଇଥାଏ। ଅନ୍ୟ ଅର୍ଥରେ, ଏହା ଏପରି ଏକ ବ୍ୟାପାର ଯାହାକି ଧନ ପ୍ରସ୍ତୁତି କରିବାରେ ସାହାଯ୍ୟ କରେ ଯାହା ପାଇଁ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ସମୃଦ୍ଧି ଆଣିବା ପାଇଁ ସହଭାଜିତ କରାଯାଇପାରେ।

ସଂସ୍ଥାପକ ଏବଂ ପ୍ରବନ୍ଧକ କର୍ମୀ ମାନଙ୍କର ମୂଳ ସମୂହଙ୍କର ସ୍ପଷ୍ଟ ଦୃଷ୍ଟିକୋଣ, ଉତ୍ସାହ, ସକାରାତ୍ମକ ମନୋଭାବ, ଉଚ୍ଚାଭିଳାଷ ଏବଂ ବାସ୍ତବବାଦୀ ଦୃଷ୍ଟିକୋଣ ଯୋଗୁଁ ସେମାନେ ନେତୃତ୍ଵ ନେଇଥାନ୍ତି, ଯାହାକି କମ୍ପାନୀକୁ ବହୁ ଗୁଣରେ ବଢିବାକୁ ସାହାଯ୍ୟ କରୁଛି। ଆଜି, ତାଙ୍କର ପ୍ରେରିତ ସ୍ଵପ୍ନକୁ ପୁରା କରିବା ପାଇଁ ରାଷ୍ଟ୍ରାବ୍ୟାପୀ ଗ୍ଲେଜ୍ ବ୍ୟାପାର ମଡେଲର ଲକ୍ଷ୍ୟ ପିଛା ୧୦ ଲକ୍ଷରୁ ଅଧିକ ସ୍ଵତନ୍ତ୍ର ବିତରକ ଦେଖା ଯାଉଛନ୍ତି। ଏହା ଏକ ଭଲ ଭାବେ ପ୍ରସ୍ତୁତ ହୋଇଥିବା ଅଖିଳ ଭାରତୀୟ ଫ୍ରାଞ୍ଚାଇଜ୍ ନେଟୱର୍କ ଦ୍ଵାରା ସମର୍ଥନ ପ୍ରାପ୍ତ କରିଛି। କୁଶଳ ଏବଂ ବ୍ୟାପକ ସ୍ଵତନ୍ତ୍ର ବିତରକ ନେଟୱର୍କ ପ୍ରତ୍ୟେକ ଉପଯୋଗୀକର୍ତ୍ତା ଦେଶର ସବୁଠୁ ଏକାନ୍ତ ସ୍ଥାନରେ ଏବଂ ଯେକୌଣସି ଦୂର କୋଣରେ ସ୍ଥାପିତ ଥିଲେ ମଧ୍ୟ ତାଙ୍କ ପାଖକୁ ଉତ୍ପାଦର ସୁଗମ ପହଞ୍ଚିବାକୁ ସୁନିଶ୍ଚିତ କରୁଥାଏ।

ଗ୍ଲେଜ୍ ନିଗମ ପୂର୍ବ ୧୦ ବର୍ଷରେ ମହତ୍ତ୍ଵପୂର୍ଣ ବିଶେଷଜ୍ଞତା ହାସିଲ କରିଛି। ବିନମ୍ର ମୂଲ୍ୟ ଏବଂ ଜୀବନର ଆକାଂକ୍ଷା ଗୁଡ଼ିକ – ଯେମିତି ଆଶା, ପୁରସ୍କାର, ମାଲିକ ସ୍ଵତ୍ଵ, ଏକତ୍ଵ ଏବଂ ଜିତିବା ପ୍ରବୃତ୍ତି ଉପରେ ସ୍ଥାପିତ ହୋଇଛି, ଗ୍ଲେଜ୍ ଅସାଧାରଣ ପରିଣାମ ପ୍ରାପ୍ତ କରିବା ପାଇଁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ସୁବିଧାର ଏକ ଆତିଶଜ୍ୟ ପ୍ରଦାନ କରିଥାଏ। ଏହି ପରିବର୍ତ୍ତନ ପ୍ରକ୍ରିୟା ସହାୟତା ପ୍ରାପ୍ତ ଏବଂ ନିର୍ଦ୍ଦେଶିତ କରିଥାଏ ଏବଂ ବ୍ୟାପକ ବ୍ୟବସାୟିକ ପ୍ରଶିକ୍ଷଣ, ବିଶ୍ବସ୍ତିକରଣ ଏବଂ ଆତ୍ମ ସଶକ୍ତିକରଣର ପ୍ରାରମ୍ଭ କରି ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ବିତରକ ମାନଙ୍କର ବୃତ୍ତିକୁ ଆକାର ଦେବା ପାଇଁ ସମର୍ଥିତ ହୋଇଥାଏ।

ସମସ୍ତ ଉପଭୋକ୍ତାଙ୍କୁ ସିଧା ସଳଖ ଘର ସାମ୍ନାରେ ସମସ୍ତ ସ୍ପଷ୍ଟିକରଣ ଏବଂ ଉତ୍ପାଦର ଅଭିବ୍ୟକ୍ତି କରି ସାରିବା ପରେ ଗୁଣବତ୍ତା ଉତ୍ପାଦର ବିକ୍ରି କରିବାକୁ ପ୍ରତ୍ୟେକ୍ଷ ବିକ୍ରି କୁହାଯାଏ। ଏହା ନିଜର ଗ୍ରାହକ ମାନଙ୍କ ସହିତ ନିଷ୍ଠା ଏବଂ ପୁରସ୍କାର କାର୍ଯ୍ୟକ୍ରମ ଜରିଆରେ ପରମ୍ପରାଗତ ଦୋକାନର ସ୍ୱରୂପ ମାଧ୍ୟମରେ ହେଉଥିବା ଖୁଚୁରା ବିକ୍ରିକୁ ଜାଣିବା ବୀନା ଦୀର୍ଘକାଳୀନ ସମ୍ବନ୍ଧ ବନେଇ ରଖିବା ପାଇଁ ଚାହେଁ।