ମୁଖ   /  ସୁବିଧା  /  ଗୋପନୀୟତା ନୀତି
Privacy Policy

ଗୋପନୀୟତା ନୀତି-

shadow

ଆପଣଙ୍କ ଜାଣିବା ପାଇଁ କମ୍ପାନୀ ଦ୍ଵାରା ନିର୍ଦ୍ଧାରିତ ମାନଦଣ୍ଡ ବିଷୟରେ ଆପଣ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ. ଗ୍ଲୋବାଲଗ୍ଲେଜ୍.କମ୍ (“ୱେବସାଇଟ୍) କିମ୍ବା ଅନ୍ୟ କୌଣସି ରୂପରେ ଗ୍ଲେଜ୍ ନିଗମ ଭାରତ ପ୍ରାଇଭେଟ୍ ଲିମିଟେଡକୁ ପ୍ରଦାନ କରିଥିବା ବିବରଣୀକୁ ଆପଣଙ୍କୁ ସୂଚିତ କରିବା ଏହି ଗୋପନୀୟତା ନୀତିର ଉଦ୍ଦେଶ୍ୟ ଅଟେ। ଆପଣ ଆମର ୱେବସାଇଟ୍ ବ୍ୟବହାର କରୁଥିବା ସମୟରେ ଆମେ ଆପଣଙ୍କୁ ଆମର ୱେବସାଇଟରେ ଦର୍ଜ କରିଥିବା ଗୁପ୍ତ ବିବରଣୀକୁ ରକ୍ଷା ଏବଂ ସୁରକ୍ଷିତ କରିବା ପାଇଁ ଆମେ ପ୍ରତିଜ୍ଞା କରୁଛୁ। ଏହି ବକ୍ତବ୍ୟ ଆପଣ ଆମର ଉତ୍ପାଦ ଏବଂ ସେବାକୁ ଉପଯୋଗ କରୁଥିବା ସମୟରେ ଆମେ ସଂଗ୍ରହ କରିଥିବା ବିବରଣୀ ଆପଣ ଜାଣିଛନ୍ତି ବୋଲି ଏହା ବର୍ଣନା କରୁଛି, ଆମେ ଆପଙ୍କ ସମ୍ପର୍କରେ ରହିବା ପାଇଁ କାହିଁକି ଏହାକୁ ସଂଗ୍ରହ କରୁଛୁ ଏବଂ କିପରି ଏହାକୁ ଉପଯୋଗ କରୁଛୁ ତାହା ଦର୍ଶାଉଛି।
ଗ୍ଲେଜ୍ ସମୟ ସମୟରେ ନୀତିରେ ସଂଶୋଧନ କରିବା ପାଇଁ ଅଧିକାର ରଖିଛି।
ଏହି ଗୋପନୀୟତା ବକ୍ତବ୍ୟରେ (“ବକ୍ତବ୍ୟ”), ନୀତି ଗୁଡ଼ିକ ହେଲା :-
“ଆମେ”, “ଆମର” ଏବଂ “ଆମ ମାନଙ୍କର”ଗ୍ଲେଜ୍ ନିଗମ ଭାରତ ପ୍ରାଇଭେଟ୍ ଲିମିଟେଡ୍ (“ଗ୍ଲେଜ୍”) ଏବଂ ଗ୍ଲେଜକୁ ସ୍ଵାମିତ୍ଵ କରୁଥିବା ଅନ୍ୟ ସଂସ୍ଥା ଗୁଡ଼ିକ ପାଇଁ ପରାମର୍ଶ କରିଥାଏ।
“ଆପଣ” ଏବଂ “ଆପଣଙ୍କର” ମାନେ ଗ୍ଲେଜର ବିତରକ, ଗ୍ରାହକ, ପରିଦର୍ଶକ, ଉପଯୋଗକର୍ତ୍ତା ଏବଂ ଅନ୍ୟ ଯେଉଁ ମାନେ ଏହି ୱେବସାଇଟକୁ ବ୍ୟବହାର କରନ୍ତି ସେମାନଙ୍କ ସହ ପରାମର୍ଶ କରିଥାଏ।

1) ବିବରଣୀ ସଂଗ୍ରହ

ଆପଣ ସମ୍ପୂର୍ଣ, ସତ୍ୟ, ସଠିକ ଏବଂ ବର୍ତ୍ତମାନ ବିବରଣୀ ପ୍ରଦାନ କରିପାରିବେ। ଆପଣ ପ୍ରଦାନ କରିଥିବା ସମସ୍ତ ବିବରଣୀ ଗୁଡ଼ିକ ସୁରକ୍ଷିତ ଏବଂ ନଷ୍ଟ ନ ହେଉଥିବା ସଂରକ୍ଷଣରେ ରଖି ଦିଆଯିବ। ଆମେ ଆପଣ ଜାଣିଥିବା ବିବରଣୀ ଯେମିତି ଆପଣ ଅପଲାଇନ୍ ଅଛନ୍ତି, ଆପଣଙ୍କର ନିମନ୍ତ୍ରିତ ବ୍ୟକ୍ତି ଏବଂ ଆପଣଙ୍କର ଜାଣିଥିବା ବସ୍ତୁ ବିଷୟରେ ମଧ୍ୟ ବିବରଣୀ ସଂଗ୍ରହ କରି ପାରିବୁ।
ଗ୍ଲେଜ୍ ନିମ୍ନଲିଖିତ ବିଭିନ୍ନ କେନ୍ଦ୍ରରେ ୱେବସାଇଟ୍ ମାଧ୍ୟମରେ ଆପଣଙ୍କର ବିବରଣୀ ସଂଗ୍ରହ କରିପାରେ:
ପଞ୍ଜୀକରଣ; ବ୍ୟାଙ୍କ ବିବରଣ ସଂରକ୍ଷଣ; ସର୍ବେକ୍ଷଣ ଏବଂ ବିଜ୍ଞାପନ ପ୍ରକ୍ରିୟା

a) ପଞ୍ଜୀକରଣ

ଗ୍ଲେଜର ଅଧିକୃତ ବିତରକ ବନିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ବିବରଣୀ ଯେମିତି ନାମ, ବୟସ, ଜନ୍ମ ତାରିଖ, ଠିକଣା, ସମ୍ପର୍କ ବିବରଣ, ଇମେଲ୍ ଠିକଣା, ଳିଙ୍ଗ ଏବଂ ଜୀବିକା/ ପେସା ପରି ସମସ୍ତ ତଥ୍ୟ ପ୍ରଦାନ କରିବାକୁ ହେବ।

b) ବ୍ୟାଙ୍କ ବିବରଣ ସଂରକ୍ଷଣ

ଆପଣ ଏବଂ ଗ୍ଲେଜ୍ ମଧ୍ୟରେ ହେଉଥିବା ଅର୍ଥ ପ୍ରଦାନ ପାଇଁ, ଯେହେତୁ ଆମେ ଆକାଉଣ୍ଟ/ଖାତା ଦେୟ ଚେକ୍ କିମ୍ବା ଏନ୍ଇଏଫଟି ବ୍ୟାଙ୍କ ସ୍ଥାନାନ୍ତର ମାଧ୍ୟମରେ ଅର୍ଥ ପ୍ରଦାନ କରୁଛୁ, ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ବିବରଣ ପ୍ରଦାନ କରିବାକୁ ହେବ। ଏହି ପରି ବିବରଣୀକୁ ସୁରକ୍ଷିତ କରି ରଖିବା ଆମର ଦାୟିତ୍ଵ ଅଟେ ଏବଂ ଯେ ପର୍ଯ୍ୟନ୍ତ ଆପଣ ୱେବସାଇଟରେ ଏପରି ରଖିବାକୁ ଚୟନ କରିନାହାନ୍ତି, ଏହି ବିବରଣୀ ଦେଖାଯିବ ନାହିଁ, ଏହା ଆମେ ବିଶ୍ଵାସ ଦେଉଛୁ।

c) ପ୍ରତିକ୍ରିୟା ଏବଂ ଅଭିଯୋଗ

ଗ୍ଲେଜ୍ ଉତ୍ପାଦ ଏବଂ ସେବା ପାଇଁ ଆପଣ ଯେ କୌଣସି ସମୟରେ ଆପଣ ୱେବସାଇଟ ମାଧ୍ୟମରେ ଆପଣଙ୍କ ବ୍ୟକ୍ତିଗତ ଚିହ୍ନଟ ସୂଚନା ପ୍ରଦାନ କରି ଆପଣଙ୍କର ପ୍ରତିକ୍ରିୟା ଏବଂ ଅଭିଯୋଗ ଲେଖି ପାରିବେ, ଯାହା ଦ୍ୱାରା ଆମେ ଅଧିକ ଉତ୍କୃଷ୍ଟ ଉତ୍ପାଦ ଏବଂ ସେବା ସହିତ ସମ୍ପୂର୍ଣ କରି ପାରିବୁ।

2) ଆପଣଙ୍କ ବିବରଣୀଆର ବ୍ୟବହାର

a)   ଆପଣ ଯେତେବେଳେ କାର୍ଯ୍ୟ କରିବା ପାଇଁ ଆମ ୱେବସାଇଟରେ ପ୍ରବେଶ କରିବା ପାଇଁ ଚାହିଁବେ, ଆପଣଙ୍କୁ ପ୍ରମାଣ କରିବା ପାଇଁ ଆପଣ ଦେଇଥିବା ବିବରଣୀକୁ ଉପଯୋଗ କରି ପାରୁ। ଆପଣ ଆକାଉଣ୍ଟ/ଖାତାରେ ପ୍ରବେଶ କରିବା ପାଇଁ ଏକ ପାସୱାର୍ଡ ଲେଖିବାକୁ/ ଦର୍ଜ କରିବାକୁ ପଡିପାରେ।

b)   ଆମେ ଆପଣଙ୍କ ଅନୁରୋଧର ଉତ୍ତର ଦେବା ପାଇଁ ଆପଣଙ୍କ ବିବରଣକୁ ଉପଯୋଗ କରିପାରୁ; ନିରୀକ୍ଷଣ କରି ଆପଙ୍କ ଆଇଡି ଖାତା/ଆକାଉଣ୍ଟ କୁ ବଜାୟ ରଖି ସେବା ପ୍ରଦାନ କରିବୁ।

3) ଅନ୍ୟ ପକ୍ଷ/ ଅନ୍ୟ ମାନଙ୍କ ସହ ଆପଣଙ୍କ ବିବରଣୀକୁ ଜଣେଇବା

a)    ଆମେ ଆପଣଙ୍କୁ ଭାରଷା ଦେଉଛୁ ଯେ, ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଆଇନ୍ ଦ୍ଵାରା କିମ୍ବା ଅନ୍ୟ କୌଣସି ପକ୍ଷ ବିବରଣୀ ପ୍ରଦାନ କରିବାକୁ କୁହା ନ ଯାଇଛି, ଆମେ ଜଣେଇବୁ ନାହିଁ, ବିତରଣ କରିବୁ ନାହିଁ, ବିକ୍ରି, ବ୍ୟାପାର, ଭଡା କିମ୍ବା ଅନ୍ୟାନ୍ୟ କରିବୁ ନାହିଁ।

b)    ଆପଣଙ୍କୁ ଉଚିତ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଏବଂ ଆପଣଙ୍କୁ ଅନୁକୂଳ ଅନୁଭବ ଦେବା ପାଇଁ ଆମେ ଆପଣଙ୍କ ଅପଲାଇନ୍ କିମ୍ବା ଯେକୌଣସି ଉଚ୍ଚ ସ୍ତରୀୟ ବିତରକକୁ ଆପଣଙ୍କର ବିବରଣୀ ଜଣେଇ ପାରୁ। ଆପଣଙ୍କ ଅପଳାଇନ୍ ଆପଣଙ୍କ ବ୍ୟକ୍ତିଗତ ବିବରଣୀକୁ କାହାକୁ ଜଣେଇବା କିମ୍ବା ଦୁରୂପଯୋଗ ନ କରିବା ପାଇଁ ବାଧ୍ୟ ଅଟନ୍ତି ଏବଂ ଆପଣଙ୍କ ବିବରଣୀକୁ ଉପଯୋଗ କରୁଥିବା ସମୟରେ ଗୋପନୀୟତା ନୀତିର ସର୍ତ୍ତକୁ ମାନିବାର ଆଶ୍ଵାସନ ଦେବାକୁ ପଡ଼ିବ।

c)    ଆପଣଙ୍କ ଅର୍ଥ ପ୍ରଦାନ ପ୍ରକ୍ରିୟା ପାଇଁ, ଆମର ଉତ୍ପାଦ ଏବଂ ସେବା ବିଷୟରେ ନବୀନତମ ସୂଚନା ପଠେଇବା ପାଇଁ ଆମେ ଆପଣଙ୍କ ବିବରଣୀ ଅନ୍ୟ ପକ୍ଷ/ ଅନ୍ୟ ମାନଙ୍କୁ ମଧ୍ୟ ଜଣେଇ ପାରୁ।

d)    ଅନ୍ୟ ପକ୍ଷ/ ଅନ୍ୟ ମାନଙ୍କୁ ଆପଣଙ୍କ ବ୍ୟକ୍ତିଗତ ବିବରଣ ଜଣେଇବା ସମୟରେ ଆମେ ଆପଣଙ୍କ ବିବରଣୀ ଚୁକ୍ତି ସମ୍ବନ୍ଧିତ ଏବଂ ଯାନ୍ତ୍ରିକ ସୁରକ୍ଷା ଅନୁସାରେ ବ୍ୟବହାର କରାଯାଉଛି, ତାହାର ଆଶ୍ଵାସନ ଦେଉଛୁ।

4) ବ୍ୟାପାର ସ୍ଥାନାନ୍ତରଣ

ଆମେ ଗ୍ଲେଜର ଯେକୌଣସି କିମ୍ବା ସମସ୍ତ ଭାଗରେ କୌଣସି ଘଟଣାର ସମାପ୍ତିରେ, ବିକ୍ରିରେ, ସଂଯୁକ୍ତ ବ୍ୟାପାରରେ, କାର୍ଯ୍ୟକ୍ରମରେ, ହସ୍ତାନ୍ତରଣ କିମ୍ବା ଅନ୍ୟାନ୍ୟ ପ୍ରକାର ପ୍ରବନ୍ଧର ଯେକୌଣସି ଏବଂ ଆପଣଙ୍କ ଠାରୁ ସଂଗ୍ରହ କରିଥିବା ଆପଣଙ୍କର ସମସ୍ତ ବିବରଣୀକୁ ଅନ୍ୟ ପକ୍ଷକୁ ସ୍ଥାନାନ୍ତର କରିବାର ଅଧିକାର ରଖିଛୁ।

ଆପଣ ଆପଣଙ୍କ ବିବରଣୀକୁ ପୁନଃ ପ୍ରାପ୍ତ ଏବଂ ନବୀନତମ କରିପାରିବେ

ଯେକୌଣସି ସମୟରେ ଆପଣ ବ୍ୟବସାୟ କାର୍ଯ୍ୟ ପାଇଁ ଆମର ୱେବସାଇଟରେ ଆପଣ ପ୍ରଦାନ କରିଥିବା ବିବରଣୀକୁ ପୁନଃ ପ୍ରାପ୍ତ କରିପାରିବେ ଏବଂ ନବୀନତମ କରିପାରିବେ, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ, ଯାହା ଦ୍ଵାରା ଆମେ ଆପଣଙ୍କ ବିବରଣକୁ ଆମ ରେକର୍ଡରେ ନବୀନତମ କରିପାରିବୁ କିମ୍ବା ଆପଣ ୱେବସାଇଟରେ ଯାଇ ଅନଲାଇନ୍ ହୋଇ ଆପଣଙ୍କ ନିଜ ବିବରଣକୁ ନବୀନତମ କରିପାରିବେ।

5) କୁକିଜ୍

ୱେବ୍ ସର୍ଭର ଜରିଆରେ ୱେବ୍ ବ୍ରାଉଜରକୁ ସନ୍ଦେଶ ପଠାଗଲା। ବ୍ରାଉଜର୍ ସନ୍ଦେଶକୁ ଏକ ଟେକ୍ସ୍ଟ ଫାଇଲରେ ସଂଗ୍ରହ କରେ। ଯେତେ ଥର ସର୍ଭରରୁ ବ୍ରାଉଜର ଏକ ପୃଷ୍ଠର ଅନୁରୋଧ କରେ ତାପରେ ଏକ ସନ୍ଦେଶ ସର୍ଭରକୁ ପୁନଃ ଫେରସ୍ତ ପଠେଇ ଦିଆଯାଇଥାଏ। ଉପଯୋଗକର୍ତ୍ତାଙ୍କର ଚିହ୍ନଟ ଏବଂ ସମ୍ଭବତଃ ତାଙ୍କ ପାଇଁ ଅନୁକୂଳିତ ୱେବ୍ ପୃଷ୍ଟର ପ୍ରସ୍ତୁତି କୁକିଜର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଯେତେବେଳେ ଆପଣ କୁକିଜ୍ କୁ ଉପଯୋଗ କରି ୱେବସାଇଟରେ ପ୍ରବେଶ କରିବେ, ଆପଣଙ୍କୁ ଆପଣଙ୍କ ନାମ ଏବଂ ଇଚ୍ଛା ପରି ବିବରଣୀ ପ୍ରଦାନ କରିବା ପାଇଁ ଏକ ଫର୍ମ ପୂରଣ କରିବାକୁ କୁହା ଯାଇପାରେ। ଏହି ବିବରଣୀ ଏକ କୁକିଜରେ ପ୍ୟାକ କରାଯାଏ ଏବଂ ଭବିଷ୍ୟରେ ଉପଯୋଗ ପାଇଁ ସଂରକ୍ଷିତ କରା ଯାଏ ଯାହା ନିଜର ୱେବ୍ ବ୍ରାଉଜରକୁ ପଠା ଯାଇଥାଏ। ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ସମାନ ୱେବସାଇଟ୍ କୁ ଯିବେ, ଆପଣଙ୍କ ବ୍ରାଉଜର ୱେବ୍ ସର୍ଭରକୁ କୁକି ପଠେଇଦେବ। ୱେବ ପୃଷ୍ଟାକୁ ସାଜସଜ୍ଜା କରିବା ସହିତ ସର୍ଭର ଆପଣଙ୍କୁ ପ୍ରଦର୍ଶନ କରିବା ପାଇଁ ଏହି ବିବରଣୀର ଉପଯୋଗ କରି ପାରେ। ତେଣୁ, ଉଦାହରଣ ପାଇଁ, କେବଳ ଏକ ସାମାନ୍ୟ ସ୍ଵାଗତ ପୃଷ୍ଠାକୁ ଦେଖିବା ବଦଳରେ ଆପଣ ସେଥିରେ ଆପଣଙ୍କ ନାମ ସହିତ ଏକ ସ୍ଵାଗତ ଯୋଗ୍ୟ ପୃଷ୍ଠା ଦେଖି ପାରିବେ।

ୟୁନିକ୍ସ ବସ୍ତୁରୁ ବାହାରିଥିବା ନାମ କୁକିକୁ ଜାଦୁର କୁକିଜ୍ କୁହା ଯାଇଥାଏ। ଏହା ଉପଯୋଗକର୍ତ୍ତା କିମ୍ବା କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ଥିବା ଟୋକନ୍ ଅଟେ ଏବଂ ଉପଯୋଗକର୍ତ୍ତା କିମ୍ବା କାର୍ଯ୍ୟକ୍ରମ ଦ୍ଵାରା ଭର୍ତ୍ତି / ପୂରଣ କରାଯାଇଥିବା କ୍ଷେତ୍ରର ଆଧାର ଉପରେ ବଦଳା ଯାଇଥାଏ। ଆପଣଙ୍କ ଦ୍ଵାରା ଆପଣଙ୍କ ପ୍ରଥମିକତା ଅନୁସାରେ କେବଳ ଆପଣଙ୍କ ୱେବ୍ ବ୍ରାଉଜରକୁ (ଇଣ୍ଟରନେଟ୍ ଏକ୍ସପ୍ଲୋରର୍, ମୋଜିଲା ଫାୟାରଫକ୍ସ ୱେବ୍ ବ୍ରାଉଜର, ଓପେରା ୱେବ୍ ବ୍ରାଉଜର, ଗୁଗୁଲ୍ କ୍ରୋମ୍) ଅନୁସରଣ କରି ଆପଣଙ୍କ କୁକି ସେଟିଙ୍ଗକୁ ବଦଳେଇ ପାରିବେ।

6) କୁକି କେଉଁ ବିବରଣୀ ସଂରକ୍ଷଣ କରି ରଖିଥାଏ ?

ଅଧିକାଂଶ ସମୟରେ ଏକ କୁକିରେ ଟେକ୍ସ୍ଟ ଗୁଡ଼ିକ ସମ୍ପୃକ୍ତ ଥାଏ ଯାହାକି ବ୍ରାଉଜର ବିଷୟରେ ତଥ୍ୟ ଗୁଡିକୁ ସଞ୍ଚିତ କରି ରଖିଥାଏ। କାର୍ଯ୍ୟ କରିବା ପାଇଁ, ଆପଣ କେଉଁଠାରୁ, କୁକିକୁ ଏହା ଜାଣିବାର ଦରକାର ପଡିନଥାଏ; ଏହା କେବଳ ଆପଣଙ୍କ ବ୍ରାଉଜରକୁ ସ୍ମରଣ କରି ରଖିବାକୁ ପଡିଥାଏ। କିଛି ୱେବସାଇଟ୍ ଆପଣଙ୍କ ବିଷୟରେ ଅଧିକ ବ୍ୟକ୍ତିଗତ ବିବରଣୀ ସଞ୍ଚୟ କରି ରଖିବା ପାଇଁ କୁକିଜର ଉପଯୋଗ କରିଥାନ୍ତି। ଯାହାହେଉ, ଏହା କେବଳ ଯଦି ଆପଣ ୱେବସାଇଟକୁ ବ୍ୟକ୍ତିଗତ ବିବରଣୀ ଉପଲବ୍ଧ କରେଇଥିବେ, ତାହା ହେଲେ ହିଁ ହେବ। ବୈଧ ୱେବସାଇଟକୁ ଆପଣଙ୍କ କୁକି ଫୋଲ୍ଡରର ଉପଯୋଗ ସହିତ ଅନ୍ୟ ଏକ ପକ୍ଷ ଦ୍ଵାରା ଅନଧିକୃତ ଉପଯୋଗକୁ ଅଟକାଇବା ପାଇଁ କୁକିରେ ସଂରକ୍ଷିତ ବ୍ୟକ୍ତିଗତ ବିବରଣୀ ବଦଳାଇ ଦିଆ ଯିବ।

କୁକିଜର ଛଅଟି ମାପଦଣ୍ଡ ଅଛି ଯାହାକି ବ୍ୟତିତ କରାଯାଇ ପାରିବ:

  • କୁକିର ନାମ
  • କୁକିର ମୂଲ୍ୟ
  • କୁକିର ଅବଧି ସମୟସୀମା ଶେଷ ତାରିଖ- କୁକି ଆପଣଙ୍କ ବ୍ରାଉଜରରେ କେତେ ଦିନ ସକ୍ରିୟ ରହିବ, ତାହାକୁ ଏହା ନିର୍ଦ୍ଧାରିତ କରିଥାଏ।
  • ମାର୍ଗ ପାଇଁ କୁକି ମାନ୍ୟ ରହିବ- ଏହା କୁକିର ମାନ୍ୟତା ସହିତ ୟୁଆରଏଲ୍ ମାର୍ଗ ସେଟ୍ କରିଥାଏ। ଏହି ମାର୍ଗ ବାହାରେ ଥିବା ୱେବ ପୃଷ୍ଠା କୁକିର ଉପଯୋଗ କରି ପାରିବ ନାହିଁ।
  • ଡୋମେନ୍ ପାଇଁ କୁକି ମାନ୍ୟ ରହିବ। ଯେତେବେଳେ ଏକ ସାଇଟ୍ ଏକ ଡୋମେନରେ ବହୁ ସର୍ଭର୍ ଉପଯୋଗ କରନ୍ତି, ଏହା ସର୍ଭରରେ ଯେକୌଣସି ପୃଷ୍ଠା ପାଇଁ କୁକିକୁ ସୁଲଭ ବନେଇ ଦେଇ ଥାଏ।
  • ସୁରକ୍ଷିତ ସଂଯୋଗର ଚାହିଦା – ଏହା ଦର୍ଶାଉଛି ଯେ, କୁକି କେବଳ ଏକ ସୁରକ୍ଷିତ ସର୍ଭର ସର୍ତ୍ତ ଅନୁସାରେ ବ୍ୟବହାର କରାଯାଇ ପାରିବ, ଯେମିତି ଏକ ସାଇଟ୍ ଏସଏସଏଲ୍ ବ୍ୟବହାର କରୁଛି।

7) ମୁଁ କିପରି କୁକିଜକୁ ସକ୍ଷମ କିମ୍ବା ଅକ୍ଷମ କରି ପାରିବି ?

ଏହି ଅଧିବେଶନ କୁକିକୁ କିପରି ସକ୍ଷମ (କୁକିଜକୁ ଚାଲୁ କରିବା) କରିବେ ଏବଂ କିପରି ଅକ୍ଷମ ମଧ୍ୟ କରିବେ ତାହା ଦର୍ଶାଉଛି। ଯେହେତୁ କୁକିଜ ଆପଣଙ୍କ ୱେବ୍ ବ୍ରାଉଜର ଦ୍ଵାରା ବଜାୟ ରଖା ଯାଇପାରୁଛି, ଆପଣ ବ୍ୟବହାର କରୁଥିବା ବ୍ରାଉଜରକୁ ଆଧାର କରି ସକ୍ଷମ କିମ୍ବା ଅକ୍ଷମ କରିବା ବିଧି ବଦଳି ଥାଏ।

a) ମାଇକ୍ରୋସଫ୍ଟ୍ତ ଇଣ୍ଟରନେଟ୍ ଏକ୍ସପ୍ଲୋରର ୮.୦ କିମ୍ବା ୯.୦:- ‘ଟୁଲ୍ ଏ ଇଣ୍ଟରନେଟ୍ ବିକଳ୍ପ ‘ ମେନୁ ଦ୍ରବ୍ୟ ସୂଚୀର ଚୟନ କରନ୍ତୁ ଏବଂ ‘ଗୋପନୀୟତା’ ଟ୍ୟାବ୍ କୁ ଖୋଲନ୍ତୁ- ତାପରେ ବିଭିନ୍ନ ପ୍ରକାରର କୁକିକୁ ପୂର୍ଣରୂପେ ବନ୍ଦ କରିବାକୁ କିମ୍ବା ପ୍ରବେଶ ପାଇଁ ଅନୁମତି ଦେବାକୁ ଆପଣ ସ୍ଲାଇଡ଼ର୍ କୁ ଏପଟ ସେପଟ କରି ପାରନ୍ତି। ବିକଳ୍ପ ରୂପରେ “ଉନ୍ନତ’ ଉପରେ କ୍ଲିକ୍ କରିଲେ ଆପଣଙ୍କ ୱେବ୍ ବ୍ରାଉଜରର ଉପଯୋଗ ଉପରେ ଉତ୍କୃଷ୍ଟ ନିୟନ୍ତ୍ରଣ ଅଭ୍ୟାସ କରି ପାରିବେ, ଆପଣ ଭ୍ରମଣ କରୁଥିବା(ପ୍ରଥମ ପକ୍ଷ କୁକିଜ୍) ୱେବସାଇଟରେ ଯଥା ଶୀଘ୍ର ସାଜସଜ୍ଜା ପାଇଁ କିମ୍ବା ଆପଣ ଭ୍ରମଣ କରୁଥିବା (ଅନ୍ୟ ଭାଗ କୁକିଜ୍, ସାଧାରଣ ରୂପେ ଏକ ବିଜ୍ଞାପନ ଦାତାର ୱେବସାଇଟରେ ସ୍ଵାଗତ କରୁଥିବା ବିଜ୍ଞାପନ ) ଦ୍ଵାରା ଅନ୍ୟ ଏକ ୱେବସାଇଟକୁ ଗ୍ରହଣ କରିବେ, ସ୍ଥାୟୀ ରୂପେ ବନ୍ଦ କରି ରଖିବେ।

b) ଫାୟାରଫକ୍ସ୍ ୭.୦ :- ‘ଉପକରଣ ଏ ବିକଳ୍ପ’ ମେନୁ ଦ୍ରବ୍ୟ ସୂଚୀର ଚୟନ କରନ୍ତୁ (ଫାୟାରଫକ୍ସ୍ ବଟନ୍ ର ଭିତରେ ମଧ୍ୟ ଚଳିବ), ତାପରେ ‘ଗୋପନୀୟତା’ ବଟନକୁ ଚୟନ କରନ୍ତୁ। ‘ଫାୟାରଫକ୍ସ ୱିଲ୍’ ବିକଳ୍ପକୁ ‘ଇତିହାସ ପାଇଁ କଷ୍ଟମ ସେଟିଙ୍ଗକୁ ଉପଯୋଗ କରିବା ପାଇଁ’ ସେଟ୍ କରନ୍ତୁ। ବର୍ତ୍ତମାନ ଆପଣ ଦେଖିଥିବା ୱେବସାଇଟ୍ ପାଇଁ ଏବଂ ଅନ୍ୟ ପକ୍ଷର ୱେବ ସାଇଟ୍ ପାଇଁ କୁକିଜ୍ ସକ୍ଷମ କି ନାହିଁ, ତାହା ଚୟନ କରି ପାରିବେ, ଏବଂ ଯଦି ଏପରି ଥାଏ କେତେ ସମୟ ପର୍ଯ୍ୟନ୍ତ ସେମାନେ ରହି ପାରିବେ। ଆପଣ ବିଶେଷ ରୂପର ୱେବସାଇଟ୍ ପାଇଁ ସେଟିଙ୍ଗର ପ୍ରାଧ୍ୟାନ୍ୟ ବଜାୟ ରଖିବା ପାଇଁ ‘ଆପତ୍ତି’ ବଟନର ପ୍ରୟୋଗ କରି ପାରିବେ।

c) ଫାୟାରଫକ୍ସ ୩.୦ :- :- ‘ଉପକରଣ ଏ ବିକଳ୍ପ’ ମେନୁ ଦ୍ରବ୍ୟ ସୂଚୀର ଉପଯୋଗ କରନ୍ତୁ, ଏବଂ ‘ଗୋପନୀୟତା’ ବଟନକୁ ଚୟନ କରନ୍ତୁ। ଏଠାରେ କୁକି ଗୁଡ଼ିକ ସକ୍ଷମ ଅଛନ୍ତି କି ନାହିଁ ତାହା ଚୟନ କରି ପାରିବେ ଏବଂ ଏବଂ ଯଦି ଏପରି ଥାଏ କେତେ ସମୟ ପର୍ଯ୍ୟନ୍ତ ସେମାନେ ରହି ପାରିବେ। ଆପଣ ବିଶେଷ ରୂପର ୱେବସାଇଟ୍ ପାଇଁ ସେଟିଙ୍ଗର ପ୍ରାଧ୍ୟାନ୍ୟ ବଜାୟ ରଖିବା ପାଇଁ ‘ଅପବାଦ’ ବଟନର ପ୍ରୟୋଗ କରି ପାରିବେ।

d) ଗୁଗୁଲ୍ କ୍ରୋମ୍ ୫.୦ :- ‘ପ୍ରସ୍ତୁତ ଏବଂ ନିୟନ୍ତ୍ରଣ’ ମେନୁରେ ‘ବିକଳ୍ପ’କୁ ଚୟନ କରନ୍ତୁ, ଏବଂ ତାପରେ ‘ ବୋନେଟ୍ ତଳ’ ଥିବା ଟ୍ୟାବ୍ କୁ ଖୋଲନ୍ତୁ। ‘ଗୋପନୀୟତା’ ବିଭାଗରେ ‘ସାମଗ୍ରୀ ସେଟିଙ୍ଗ୍’ ବଟନ୍ କୁ କ୍ଲିକ୍ କରନ୍ତୁ ଏବଂ ‘କୁକି ଟ୍ୟାବ’ କୁ ଖୋଲନ୍ତୁ। ଆବଶ୍ୟକ କୁକି ବ୍ୟବହାରକୁ ସେଟ୍ କରନ୍ତୁ ଏବଂ ନିର୍ଦ୍ଧିଷ୍ଟ ୱେବସାଇଟ୍ ଖୋଲିବା ପାଇଁ ‘ଆପତ୍ତି’ ବଟନର (ଯଦି ଆବଶ୍ୟକ ହୁଏ) ପ୍ରୟୋଗ କରନ୍ତୁ।

e) ଆପଲ ସଫାରି ୫.୦ :- ‘ସେଟିଙ୍ଗ୍ ମେନୁ’ ରେ ‘ପ୍ରଥମିକତା’ କୁ ଚୟନ କରନ୍ତୁ ଏବଂ ତାପରେ ‘ସୁରକ୍ଷା’ ଟ୍ୟାବ୍ କୁ ଖୋଲନ୍ତୁ। ବର୍ତ୍ତମାନ କୁକି ବ୍ୟବହାରକୁ ସେଟ୍ କରନ୍ତୁ।

ଟିପ୍ପଣୀ: କୁକିଜ୍ କୁ ଅକ୍ଷମ କରିବା ଯୋଗୁଁ କାର୍ଯ୍ୟ କରୁଥିବା କିଛି ୱେବସାଇଟ୍ ଅଟକି ଯିବ, ଏବଂ ଏହା ମାନେ ଆପଣଙ୍କୁ ପୁନର୍ବାର ତଥ୍ୟ ପ୍ରଦାନ କରିବାକୁ ପଡିପାରେ ଯାହାକି ସାମାନ୍ୟ ରୂପରେ କୁକିରେ ସଂରକ୍ଷିତ କରାଯାଇଥିବ।

8) ସଂଶୋଧନ

ଗ୍ଲେଜ୍ ନିଜର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ଗ୍ଲୋବାଲଗ୍ଲେଜ.କମରେ ଲିଖିତ ସୂଚନା ମାଧ୍ୟମରେ ଏହି ନୀତିରେ ବର୍ଣନା ହୋଇଥିବା ଯେକୌଣସି କ୍ଷେତ୍ରକୁ କାଟିବା, ସଂଶୋଧନ କରିବା କିମ୍ବା ବଦଳେଇବାର ଅଧିକାର ରଖିଥାଏ। ଯଦି ଆପଣଙ୍କର ଏହି ପ୍ରକାରର ସଂଶୋଧନରେ ସହମତି ନଥାଏ, ଆପଣ ଏହି ଅଧିସୂଚନାର ୩୦ ଦିନ ଭିତରେ ଆମ ସହ ସମ୍ପର୍କ କରି ପାରିବେ। ଗ୍ଲେଜ୍ ସହିତ ଆପଣଙ୍କ ଜାରି ରହିଥିବା ସମ୍ପର୍କ ସମସ୍ତ ସଂଶୋଧନକୁ ସ୍ଵୀକୃତି ଦେଉଛି ବୋଲି ମାନିନିଆଯିବ।

9) ଆମ ସହ ସମ୍ପର୍କ କରନ୍ତୁ

ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ପ୍ରଶ୍ନ କିମ୍ବା ଟିପ୍ପଣୀ ଅଛି, ଆପଣ ଆମ ୱେବସାଇଟ୍ ମାଧ୍ୟମରେ କିମ୍ବା ଅନ୍ୟ କୌଣସି ପ୍ରକାରରେ ପ୍ରଦାନ କରାଯାଇଥିବା ଆମ ୱେବସାଇଟ୍ କିମ୍ବା ଅନ୍ୟ ଇମେଲ୍ ମାଧ୍ୟମରେ ସିଧାସଳଖ ଆମ ସହ ସମ୍ପର୍କ କରି ପାରିବେ। ଆମେ ଯଥାଶୀଘ୍ର ଆପଣଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିବୁ। ଆମେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଏହି ବିବରଣୀର ଉପଯୋଗ କରିବୁ ଏବଂ ଆମର ଗ୍ରାହକ ସେବାରେ ସୁଧାର କରିବା ପାଇଁ ଆପଣଙ୍କ ଦେଇଥିବା ଟିପ୍ପଣକୁ ଅଭିଲେଖନ କରିପାରୁ।